Odia Poem : Kanhiki by Sachidananda Barik

kahinki

1 thought on “Odia Poem : Kanhiki by Sachidananda Barik”

  1. “କାହିଁକି” ର ଅର୍ଥ କଣ?

    “କାହିଁକି” ସେଠି ସ୍ଥାନ ନିଏ ଯେଉଁଠି କିଛି କାରଣ ର ଉପସ୍ଥିତି ଥାଏ।
    ଏବଂ କାରଣ ସେଠି ଅଭିସ୍ଥାପିତ ହୁଏ ଯେଉଁଠି ଅସ୍ତିତ୍ୱବାଦ ର ଆଲୋଚନା ହୁଏ।
    ହୁଏତ ଯାହାକୁ ଆମେ ଅନୁଭବ କରୁ ଯାହାକୁ ଆମେ ସ୍ପର୍ଶ କରୁ ସେଠି ବୋଧେ “କାହିଁକି” ର ଆବଶ୍ୟକ ବେଶି।
    “କାହିଁକି” ର ଜନ୍ମ କାହିଁକି ?
    ମନୋବିଜ୍ଞାନୀ କହିଲେ – “କାହିଁକି” ଜନ୍ମ ନେଇଛି ବୋଧେ ସବୁ କାରଣ ର ଶେଷରେ ଏହାର ରହିବା ଆବଶ୍ୟକତାକୁ ଲକ୍ଷ୍ଯକରି। “କାହିଁକି” ହୁଏତ ଏକ ପ୍ରେରଣା ର ମୂଳବିନ୍ଦୁ ଯାହାକୁ ହାସିଲ କରିବା ପାଇଁ ମଣିଷ ପ୍ରଜାତି ର ଯାତ୍ରା। ମହାଶକ୍ତି ର ଏ ବିଚିତ୍ର ରଚନା ଭିତରେ “କାହିଁକି” ର ମହତ୍ତ୍ୱ ଜୀବସତ୍ତା ର ଅନ୍ତହୀନ ଯାତ୍ରା ସହ ସମକକ୍ଷ।

    “କାହିଁକି” ର ରଚନା ସମ୍ବନ୍ଧରେ ବୈଜ୍ଞାନିକ ମାନେ କହିଲେ-
    ବିଜ୍ଞାନର ଗବେଷଣା ବେଳେ କୌଣସି ତଥ୍ୟର ସତ୍ୟତା ନପାଇବା
    ଏବଂ ତା ଖୋଜ୍ ରେ କିଛି ଅନ୍ୟ ସନ୍ଦେହାସ୍ପଦ ତଥ୍ୟର ଆବିଷ୍କାର କରିବା ଏବଂ ତାକୁ ସମାଧାନ ନ କରିପାରିବା । ତେଣୁ ଏଭଳି ଏକ ବିଡମ୍ବନା ର ସେ ଅମିମାଂସିତ ତଥ୍ୟ କୁ ସେମାନେ ଶବ୍ଦ ଦେଲେ “କାହିଁକି” ର।

    “କାହିଁକି” ର ଉତ୍ଥାନ ସମ୍ବନ୍ଧ ରେ ପରିବେଶବିତ ମାନେ ମତ ରଖିଲେ ଯେ – “କାହିଁକି” ପ୍ରକୃତି ର ଆରମ୍ଭରୁ ବିଦ୍ୟମାନ।ଏହା ମାନବଜାତି ର
    କ୍ରମ ବିକାଶର ମୂଳଦୁଆ ସଦୃଶ ଥିଲା। ବୁଦ୍ଧିର ଉଦ୍ଭବ ସହ ପ୍ରତ୍ୟେକ ବସ୍ତୁଗତ ଜ୍ଞାନ ର ଅନ୍ତର୍ଗ୍ରହନ ଏବଂ ତନ୍ମଧ୍ୟରେ ଲୁକ୍କାୟିତ ଜିଜ୍ଞାସା – ସେ “କାହିଁକି” କୁ ଅନୁସରଣର ଫଳ ଥିଲା।

    ଭାରି ରହସ୍ୟମୟୀ ତା ରେଖଚିତ୍ର।
    ସେ କେବେ ଏକ ଅନୁଚିନ୍ତା
    କେବେ ଏକ ଭାବଧାରା
    କେବେ ସେ ଭବିଷ୍ୟବକ୍ତା
    କେବେ ସେ ମହାକାବ୍ୟ ଅନେକ ଗୁମରର
    କେବେ ସେ ଏକ ପ୍ରଶ୍ନ

    ସାଧାରଣ ମଣିଷ ପାଇଁ ସେ ସାମାନ୍ୟ ଏକ ପ୍ରଶ୍ନସୂଚକ ଶବ୍ଦ
    କିନ୍ତୁ ଅବାସ୍ତବତା ର ଆଢୁଆଳରେ ସେ ନିଜ ଭିତରେ ଏକ ଇତିହାସ। ଏକାକୀ , ନୀରବ , ଶାନ୍ତ ରୂପେ ଦଣ୍ଡାୟମାନ ଏକ ଶବ୍ଦ ରୂପରେ।

    Reply

Leave a Comment